ଆଉ ଟିକକରେ ଅନସୂୟାଙ୍କ ହାତରୁ ସସପିନ ଖସି ଯାଇଥାଆନ୍ତା |ସେ ଧୀରେ କରି ତାକୁ ରଖି ତଳୁ ଅନିଷ କୁ ଉଠାଇ କହିଲେ,ଏମିତି କଣ ହେଉଛୁ ବାବୁ ?କଣ ହୋଇଛି ??ଅନିଷ ଆଖିରେ ଲୁହ ଝଲସୁ ଥିଲା |ସେ କାନ୍ଦୁଣିଆ ସ୍ୱରରେ କହିଲା,ତମେ ମୋ ଉପରେ ରାଗିଛ ନାଁ ?ଅନସୂୟା କହିଲେ,ତୁ ଚା' ପିଇବୁ କହୁଥିଲୁ ,ଚାଲ,ଆଗ ଚା' ପିଇବା, ତାପରେ କଥା ହେବା |
ଅନସୂୟା ଡାଇନିଂ ଟେବଲ ରେ ଚା' ଦୁଇ କପ ରଖି ଅନିଷ କୁ ପାଖରେ ବସାଇଲେ ଓ ଚା' ପିଇବାକୁ ଲାଗିଲେ | ଅନିଷ ର ମୁହଁ ଝାଉଁଳି ପଡିଥିଲା |କିଛି ସମୟ ନୀରବ ରହିବା ପରେ ସେ କହିଲା,ମମି,ତମେ ଆଜି ସକାଳେ ମତେ ଯେଉଁ ପ୍ରଶ୍ନ ପଚାରି ଥିଲ,ଏବେ ମୁଁ ତାର ଉତ୍ତର ଦେଉଛି ;ସେ ଝିଅର ନାଁ ଦିବ୍ୟାଶା | ଏହି ବର୍ଷ ଇଞ୍ଜିନିଅରିଂ ରେ ଆଡମିଶନ ନେଇଛି |ତାର ଅଲଗା କଲେଜ,ହଷ୍ଟେଲରେ ରହେ |ତା ସାଙ୍ଗେ କେମିତି ମୋର ପରିଚୟ ହେଲା,ପ୍ଲିଜ ସେକଥା ମତେ ପଚାରିବନି |ସେ ବହୁତ ଭଲ ଝିଅ, ଆଜି ପର୍ଯ୍ୟନ୍ତ ଏମିତି ଝିଅ,ମୁଁ କେବେହେଲେ ଦେଖି ନଥିଲି |ତାର କଥାବାର୍ତ୍ତା,ଚାଲିଚଳନ,ସବୁ କିଛି ସମସ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ,ମାନେ ....ମାନେ .....
"ସେ ଅନନ୍ୟା ' |ତା ଠାରୁ କଥା ଛଡେଇ ନେଇ ଅନସୂୟା କହିଲେ |
'ହଁ ,ମମି,ତମେ ଠିକ କହିଛ '|ଅନ୍ୟମନସ୍କ ହୋଇ ଅନିଷ କହି ପକେଇଲା |ତା କଥା ଶୁଣି, ଅନସୂୟା ଜୋରରେ ହସି ଉଠିଲେ |ଅନିଷ ଲାଜେଇ ଗଲା |କହିଲା.ସରି ମମି,ଭୁଲରେ କହି ଦେଲି | ଅନସୂୟା ଗମ୍ଭୀର ହୋଇ କହିଲେ,ନାଁ,ତୁ ଭୁଲ କହିନୁ;ପୁରା ପୁରି ଠିକ କହିଛୁ |ତୋ କଥାରେ ମୁଁ ପୁରା ରାଜି |କିନ୍ତୁ ତୋ ପାଠ ପଢା କଣ ହେବ ବାପା ??ମୁଁ ତ ଭାବୁଛି,ଏଇଠୁ ତୋ ପାଠରେ ଡୋରି ବନ୍ଧା ହୋଇଗଲା !
:କେମିତି ମମି ?ଆଶ୍ଚର୍ଯ୍ୟ ହୋଇ ଅନିଷ ପଚାରିଲା |
:କେମିତି ମତେ କଣ ଆଉ ବୁଝେଇ କହିବାକୁ ପଡିବ?ତୁ ତ ଏମିତି କଷ୍ଟିଆ ଜିନିଷରେ ପଶିଗଲୁ ଯେ ସେଥିରୁ ମୁକୁଳିବା ଭାରି ମୁସ୍କିଲ,,ପାଠ ପଢିବାକୁ ସମୟ କେତେବେଳେ ହେବ ଯେ ତୁ ପଢ଼ିବୁ ?ମୁଁ ତୋ ବାବାଙ୍କୁ କି ଉତ୍ତର ଦେବି ? ହଉ ଠିକ ଅଛି,ମୁଁ ତତେ ମନା କରିବିନି |କିନ୍ତୁ,ମୋର ତିନିଟି ସର୍ତ୍ତ ତତେ ମାନିବାକୁ ପଡିବ |କହ,ମାନିବୁ ?
ଅନିଷ ମୁହଁରେ ହାସ୍ୟ ରେଖା ଖେଳିଗଲା |ସେ କହିଲା,ହଁ,କୁହ ମମି,ମୋର ତିନିଟି ଯାକ ସର୍ତ୍ତ ମଞ୍ଜୁର |
ଅନସୂୟା ତା ମୁହଁକୁ ଗଭୀର ଦୃଷ୍ଟି ନିକ୍ଷେପ କରି କହିଲେ,ପ୍ରଥମ ହେଲା,ସେ ଝିଅକୁ କେବେହେଲେ ଧୋକା ଦେବୁନି,ଦ୍ଵିତୀୟ ହେଲା,ତୋ ପାଠ ପଢ଼ାରେ ଅବହେଳା କରିବୁନି ଓ ତୃତୀୟ ହେଲା,ସାମାଜିକ ସ୍ୱୀକୃତି ନ ମିଳିବା ପର୍ଯ୍ୟନ୍ତ,ତମ ପ୍ରେମକୁ ସ୍ୱର୍ଗୀୟ ଓ ପବିତ୍ର ରଖିବ ଓ କେବେହେଲେ ମର୍ଯ୍ୟାଦାର ଲକ୍ଷ୍ମଣରେଖା ଡେଇଁବ ନାହିଁ |
:ସବୁ କଥା ବୁଝିଲି ,ହେଲେ ଲକ୍ଷ୍ମଣରେଖା ମାନେ କଣ ମମି? ନିରୀହ ଭାବରେ ଅନିଷ ପଚାରିଲା |
ଅନସୂୟା କହିଲେ, ତୁ ଭଲ ଭାବେ ଚିନ୍ତା କଲେ, ସେକଥା ଜାଣି ପାରିବୁ | (କ୍ରମଶଃ)
No comments:
Post a Comment