ରାତି ପାହିଲେ ଛାତ ଉପରେ ପ୍ରକାଶ ଓ ସୁଧୀରଂକ ଦେଖାଚାହାଁ ହେଉଥିଲା ;ଦୁହେଁ ଦୁହିଁକୁ ସୁପ୍ରଭାତ କହୁଥିଲେ ଓ ଅଳ୍ପ କିଛି ବାର୍ତ୍ତାଳାପ ପରେ ନିଜ ନିଜର ନିତ୍ୟକର୍ମ କରିବାକୁ ଚାଲି ଆସୁଥିଲେ |ଦୁଇ ବିପରୀତମୁଖୀ ଟୁ ଆର ଏ ,ଦ୍ୱିତାଲା ଆପାର୍ଟମେଣ୍ଟରେ ଦୁହେଁ ଉପର ମହଲାରେ ରହୁଥିଲେ |ବାଡିପଟ ଝରକା ଖୋଲି ପ୍ରାୟ ବେଳେ ଦୁହିଂକ ସହଧର୍ମିଣୀ ମେଘା ଓ ଗୀତା କଥା ହେଉଥିଲେ |ଦୁଇ ବନ୍ଧୁ ନିଜ ସୁବିଧା ଅନୁସାରେ ଅଫିସ ଯାଉଥିଲେ କିନ୍ତୁ ଅଫିସ ଛୁଟି ହେବାପରେ ଦୁହେଁ ନିଶ୍ଚିତଭାବରେ ଏକା ସାଂଗରେ ଅଫିସରୁ ଫେରୁଥିଲେ |ଜଣକର କିଛି କାମ ଥିଲେ,ସେ ଅନ୍ୟ ଜଣକ ପାଇଁ ଅପେକ୍ଷା କରୁଥିଲେ |ସେକ୍ରେଟାରୀଏଟ ରେ ଏକା ଡିପାର୍ଟମେଣ୍ଟରେ ଦୁହେଁ ବରିଷ୍ଠ ସହାୟକ ଥିଲେ |ସୁଧୀରଂକ ଆପାର୍ଟମେଣ୍ଟ ପଛରେ ପ୍ରକାଶଂକ ଆପାର୍ଟମେଣ୍ଟ ଥିଲା |ଜଣେ ଜଣକ ଘରକୁ ଯିବାର ହେଲେ ପ୍ରାୟ ଦଶ ମିନିଟର ରାସ୍ତା ଚାଲିବାକୁ ପଡୁଥିଲା |କିଛି ମାସ ପରେ ପ୍ରକାଶଂକ ପାଖ ଫ୍ଲାଟ୍ ଟି ଖାଲି ହେବାର ଥିଲା | ସେଇଟି ନେଇ ପ୍ରକାଶଂକ ଘର ପାଖରେ ରହିବା ପାଇଁ ସୁଧୀରଂକ ଭାରି ଇଚ୍ଛା ଥିଲା |ସେଥିପାଇଁ ସେ ବହୁତ ଚେଷ୍ଟା ମଧ୍ୟ କରୁଥିଲେ |କିନ୍ତୁ ଶେଷ ମୁହୁର୍ତ୍ତରେ ସେଇ ଘରଟି ଅନ୍ୟ ଡିପାର୍ଟମେଣ୍ଟର ଆଉ ଜଣେ ଯୋଗାଡିଆ ବ୍ୟକ୍ତି,ବିନୟ ବାବୁଂକୁ ଆଲଟ ହୋଇଗଲା |
ବିନୟ ବାବୁଂକ ଦୁଇ ବିବାହ ଯୋଗ୍ୟା ଝିଅ ଓ ଗୋଟିଏ ପୁଅ ଥିଲେ |ପୁଅ ବିଜୁ ବି.ଏ.ପାଶ କରି ବେକାର ଥିଲା | ଅବସର ପୂର୍ବରୁ ଗୋଟିଏ ଝିଅ ଓ ଅବସର ପରେ ଅନ୍ୟ ଝିଅଟିର ବିବାହ କରିବାକୁ ତାଂକର ଯୋଜନା ଥିଲା |କିନ୍ତୁ ଅର୍ଥାଭାବ ଯୋଗୁଁ ତାହା ସମ୍ଭବପର ହୋଇପାରୁ ନଥିଲା |ସେମାନଂକ ମେଳାପୀ ସ୍ଵଭାଵ କାରଣରୁ ଖୁବ୍ କମ ଦିନରେ ସୁଧୀରଂକ ପରିବାରକୁ ପଛରେ ପକେଇ , ଦେଖୁ ଦେଖୁ କେତେ ଜନ୍ମର ସମ୍ପର୍କ ପରି ଦୁଇ ପରିବାର ମଧ୍ୟରେ ଘନିଷ୍ଠ ବନ୍ଧୁତା ଗଢି ଉଠିଲା |ସୁଧୀର ଏହା ଦେଖି ଭାରି ମନଦୁଃଖ କରୁଥିଲେ ଓ ବେଳେବେଳେ କହି ପକାଉ ଥିଲେ,ଭାଇ,ଟିକେ ହୁସିଆରରେ ଚଳୁଥିବ |ପ୍ରକାଶ ବି ତାଂକୁ ସେହିପରି ଢଂଗରେ ଉତ୍ତର ଦେଉଥିଲେ,ଭାଇ,ତମେ ବି ଟିକେ ହିଂସା କରିବା ପ୍ରକୃତି ଛାଡିଦିଅ | ଦୁଇ ଘରେ ଯାହାବି ରନ୍ଧା ହେଉଥିଲା,ସମସ୍ତେ ଭାଗ ବାଣ୍ଟି ଖାଉଥିଲେ |ବିନୟଂକ ସ୍ତ୍ରୀ ନୀତା, ମେଘାଂକୁ ଭାଉଜ ବୋଲି ଡାକୁଥିଲେ ଓ ମେଘା ମଧ୍ୟ ନିଜ ନଣନ୍ଦ ପରି ତାଂକୁ ବହୁତ ଭଲ ପାଉଥିଲେ | ବିଜୁର ପ୍ରକାଶଂକ ଘରେ ଅବାଧ ପ୍ରବେଶ ଥିଲା ଓ ସେ ତାଂକ ବୋଲହାକ କରିବାକୁ ଭାରି ଭଲ ପାଉଥିଲା |ପ୍ରକାଶଂକ ଏକମାତ୍ର ଝିଅ ମାନାର ବାହାଘରପାଇଁ ଲୁଗାକିଣା ଠାରୁ ଆରମ୍ଭ କରି ଗହଣା କିଣା ପର୍ଯ୍ୟନ୍ତ ସବୁଥିରେ ମେଘାଂକ ସହିତ ନୀତା ଥିଲେ |ବାହାଘର ଦିନ ବିନୟଂକ ପରିବାରର ସମସ୍ତ ସଦସ୍ୟ ରାତି ଅନିଦ୍ରା ହୋଇ ସାହାଯ୍ୟ ସହଯୋଗ କରିଥିଲେ |ଅତିଥି ମାନେ ଦେଉଥିବା ଗିଫ୍ଟ ର ତାଲିକା ସାନଝିଅ ବିନି ଲେଖୁଥିଲା |ସବୁକିଛି ଠିକ ଠାକ୍ ଚାଲିଥିବାବେଳେ ବର ଆସିବାବେଳକୁ ସୁନା ଜିନିଷ ଥିବା ଗିଫ୍ଟ ବ୍ୟାଗ ମିଳି ନଥିଲା |ବହୁତ ଖୋଳତାଡ ହେବା ପରେବି ସୁନା ଥିବା ବ୍ୟାଗ କୁଆଡେ ଗଲା,କେହି ଜାଣିପାରି ନଥିଲେ |ସୁଧୀର ସେତେବେଳେ କହିଥିଲେ,ଟିକିଏ ପଡିଶାଘର ପ୍ରତି ନଜର ରଖ |କିନ୍ତୁ ସେସବୁ ଠାଉରିଆ ଚୋରଂକ କାର୍ଯ୍ୟ ଭାବି ସେମାନେ କପାଳକୁ ନିନ୍ଦି ନୀରବ ରହିଥିଲେ |
ମେଘା ସର୍ବଗୁଣସମ୍ପନ୍ନା ଥିଲେ |ଘରର ସବୁକାମ କରିବା ବ୍ୟତିତ ସେ ଗାଁ କଥା ମଧ୍ୟ ବୁଝୁଥିଲେ |ନିଜେ ଗାଁକୁ ଯାଇ ଚାଉଳ,ମୁଗ,ବିରି ଇତ୍ୟାଦି ଆଣୁଥିଲେ |ସେଥିରୁ କିଛି ଝିଅ ମାନାକୁ ଦେବା ପରେ, ଅର୍ଦ୍ଧାଧିକ ବିନୟଂକ ଭାଗରେ ପଡୁଥିଲା | କଲୋନୀର ପଚାଶରୁ ଉର୍ଦ୍ଧ୍ୱ ସଦସ୍ୟାଂକୁ ନେଇ ମେଘା ଏକ ଚିଟଫଣ୍ଡ ସଂସ୍ଥା ସୁଚାରୁ ରୂପେ ଚଳାଉ ଥିଲେ |ସଦସ୍ୟା ମାନେ ସେଥିରୁ ୠଣ ନେଉଥିଲେ ଓ ପ୍ରତି ମାସରେ ତାହାକୁ କିସ୍ତି ହିସାବରେ ପରିଶୋଧ କରୁଥିଲେ |ବର୍ଷ ଶେଷରେ ଦଶହରାକୁ ସଦସ୍ୟାମାନେ ମୂଳ ଟଂକାର ଦୁଇଗୁଣରୁ ଅଧିକ ଲାଭାଂଶ ପାଇ ଖୁସି ହୋଇ ଯାଉଥିଲେ |ବାହାଘରରେ ମେଘା ମାନାକୁ ଦଶଭରି ପାଖାପାଖି ସୁନା ଅଳଂକାର ଦେଇଥିଲେ |ତାର ଶାଶୁ ମଧ୍ୟ ସୁନା ହାର,ଚୁଡି ଓ କାନଫୁଲର ଏକ ସୁନ୍ଦର ସେଟ ଦେଇଥିଲେ | ସେମାନେ ରହୁଥିବା ଭଡାଘରେ ଚୋରୀ ହୋଇଯିବା ଭୟରେ ମାନା ଅଳ୍ପକିଛି ପିନ୍ଧି ବାକି ସବୁ ମେଘାଂକ ପାଖରେ ରଖିଥିଲା |ଯେତେବେଳେ ଅଳଂକାର ପିନ୍ଧିବାର ଆବଶ୍ୟକତା ପଡୁଥିଲା,ସେ ମେଘାଂକ ପାଖରୁ ଆଣି ପିନ୍ଧୁଥିଲା ଓ ଫେରିବାବେଳେ ତାକୁ ରଖିଦେଇ ଆସୁଥିଲା |ସବୁଦିନ ପରି ସେଦିନ ପ୍ରକାଶ ଅଫିସ ଯିବାପରେ, ମେଘା ବାହାର ଦରଜା ବନ୍ଦ କରି ଛାତ ଉପରକୁ ଲୁଗା ଶୁଖାଇବାକୁ ଗଲେ |ସାଂଗେ ସଂଗେ ଲୁଗା ଶୁଖାଇ ଆସୁଥିବାରୁ,ସେ ସବୁବେଳେ କବାଟରେ ତାଲା ନଦେଇ,କେବଳ ବାହାରପଟେ କିଳିଣି ଦେଇ ଯାଉଥିଲେ |ସେଦିନ ମଧ୍ୟ ସେ ସେହିପରି କଲେ ଓ ଲୁଗା ଶୁଖେଇ ଫେରିବାବେଳକୁ ହଠାତ୍ ନୀତା ତାଂକ ପାଖରେ ପହଂଚି ଗପ ଜମେଇ ଦେଲେ |ଯେତେଥର ମେଘା ଘରକୁ ଆସିବାକୁ କହୁଥିଲେ,ନୀତା ଟିକିଏ ରୁହ କହି ଅଟକାଇ ଦେଉଥିଲେ |କେତେବେଳେ ମେଘାଂକ ମନେପଡିଲା,,ସେ ଗ୍ୟାସରେ କ୍ଷୀର ବସେଇ ଦେଇଛନ୍ତି,ଚୁଲା ବନ୍ଦ କରିବାକୁ ମନେନାହିଁ |ସେଇକଥା ନୀତାଂକୁ କହି ସେ ତର ତର ହୋଇ ଘରକୁ ଚାଲିଆସିଲେ |କବାଟ ଖୋଲି ରୋଷେଇ ଘରକୁ ଯାଇ ସେ ପ୍ରଥମେ ଗ୍ୟାସ ଚୁଲା ଅଫ କଲେ ଓ ବେଡରୁମକୁ ଆସି ବିଛଣା ଉପରେ ଗୋଡ଼ ଲମ୍ବେଇ ବସିବା ବେଳକୁ ଦେଖିଲେ,ଆଲମିରା ଖୋଲା ଅଛି |ସେ ତତକ୍ଷଣାତ୍ ଉଠି ଆଲମିରା ଖୋଲି ଦେଖିଲେ ,ଲକର ଖୋଲା ଅଛି ଓ ସେଥିରେ ଥିବା ସୁନାଗହଣା ନାହିଁ |ସେ ପାଗଳ ପ୍ରାୟ ହୋଇ ନୀତାଂକୁ ଡାକିଲେ |ନୀତା କହିଲେ,ଆମେ ଗପୁଥିବା ବେଳେ ବୋଧେ କେହି ଆସି ନେଇ ଯାଇଛି |ଖବର ପାଇ ପ୍ରକାଶ, ସୁଧୀରଂକ ସହ ଆସି ପହଂଚିଲେ | ପୋଲିସକୁ ମଧ୍ୟ ଖବର ଦିଆଗଲା |ପୋଲିସ ଆସି କେତେଗୁଡିଏ ପଏଣ୍ଟ ଉପରେ ପ୍ରଶ୍ନ ପଚାରିଲା ;ସୁନାଗହଣା ବ୍ୟାଂକ ଲକରରେ କାହିଁକି ରଖା ଯାଇନଥିଲା ,ସୁନା ସେଠାରେ ରହିଛି ବୋଲି ଆଉ କିଏ କିଏ ଜାଣିଥିଲେ ,ସେ ବାହାରୁ କିଳିଣି ମାରି ସବୁଦିନ ଯାଆନ୍ତି ନାଁ କେବଳ ସେହିଦିନ ଯାଇଥିଲେ,ତାଂକର କାହା ଉପରେ ସନ୍ଦେହ ହେଉଛି ଇତ୍ୟାଦି ଇତ୍ୟାଦି | ଉତ୍ତରରେ ପ୍ରକାଶ କହିଲେ,ଆମ ଦୁଆର ସବୁବେଳେ ସମସ୍ତଂକ ପାଇଁ ଖୋଲା ଥାଏ ଓ ଆମ ଘରର ସବୁ ସନ୍ଧି ସମସ୍ତଂକୁ ଜଣା |ଆଉ କେତୋଟି ପ୍ରଶ୍ନ ପଚାରି ପୋଲିସ ପ୍ରକାଶଂକୁ ଥାନାକୁ ଆସିବାକୁ କହି ଚାଲିଗଲା |ସୁଧୀର ସେଠାରେ ରହି ସବୁକଥା ଶୁଣୁଥିଲେ |ବିନୟଂକ ପରିବାରର ପ୍ରକାଶଂକ ଘରେ ଅବାଧ ଚଳପ୍ରଚଳ,ଘଟଣା ଦିନ ନୀତା ମେଘାଂକୁ ଅକାରଣେ ଛାତ ଉପରେ ଅଟକାଇ ରଖିବା,ସୁନାଗହଣା ଚୋରୀ ହେବା ଓ ତାପରେ ବିଜୁର ଦେଖା ନମିଳିବା,ସବୁ କେମିତି ତାଂକୁ ଅଜୀବ ଲାଗୁଥିଲା |
ସମସ୍ତେ ଯିବାପରେ ମାନାର ସୁନାଗହଣା କେମିତି ଫେରାହେବ ବୋଲି ମେଘା ପଚାରିବାରୁ ପ୍ରକାଶ କହିଲେ,ସମସ୍ୟା ତୁମେ ସୃଷ୍ଠି କରିଛ,ସମାଧାନ ତୁମକୁ ହିଁ କରିବାକୁ ପଡିବ,ମୁଁ ତମକୁ ଗୋଟିଏ ଟଂକାର ସାହାଯ୍ୟ କରି ପାରିବି ନାହିଁ |ମେଘା ଏ ବିଷୟରେ ବହୁତ ଭାବି ନିଜର କର୍ତ୍ତବ୍ୟ ପନ୍ଥା ସ୍ଥିର କରିନେଲେ |ସେ ତାଂକ ଚିହ୍ନା ସୁନାଦୋକାନୀକୁ ସମୁଦୁଣୀ ଦେଇଥିବା ଅବିକଳ ସେଇ ଡିଜାଇନର ଗହଣା ସେଟ ପାଇଁ ଅର୍ଡର ଦେଲେ |ଗହଣା ତିଆରି ହୋଇ ସାରିବା ପରେ, ସେଟ ସହିତ ତାଂକର ନିଜ ସୁନା ଗହଣା ମିଶାଇ ମାନାକୁ ଦେଇଦେଲେ ଓ କହିଲେ,ଆଉ ଯାହା ରହିଲା,ଧୀରେ ଧୀରେ ଦେଇଦେବି |ଦଶହରା ପୂର୍ବରୁ ଚିଟଫଣ୍ଡ ଟଂକା ନେବାପାଇଁ ସମସ୍ତେ ମିଟିଂ ଡାକିବାକୁ କହିଲେ |କିନ୍ତୁ ମେଘା ଯେତେବେଳେ ଆଜି କାଲି କହି ଦିନ ଗଡେଇ ଚାଲିଲେ,ସେତେବେଳେ ସମସ୍ତଂକ ମନରେ ସନ୍ଦେହ ସୃଷ୍ଟି ହେଲା |ସେମାନେ ଦଳ ଦଳ ହୋଇ ଆସି ପ୍ରତ୍ୟେକ ଦିନ ତାଂକ ଘରେ ହଂଗାମା କଲେ |ମେଘା ପ୍ରକାଶଂକୁ ନେହୁରା ହୋଇ କହିଲେ,ଚିଟଫଣ୍ଡ ଟଂକା ମୁଁ ଖର୍ଚ୍ଚ କରି ଦେଇଛି,ମତେ ଲକ୍ଷେ ଟଂକା ଦିଅ,ନହେଲେ ମୁଁ ବେଜ୍ଜିତ ହୋଇଯିବି |ପ୍ରକାଶ କହିଲେ,ଖର୍ଚ୍ଚ କରିବାପୂର୍ବରୁ ମତେ ପଚାରିନଥିଲ,ଏବେ କାହିଁକି ପଚାରୁଛ ??ଯାହା ଇଚ୍ଛା ତାହା କର,ମତେ କିଛି କୁହନା |
ସେଦିନ ରାତିସାରା ମେଘାଂକ ଆଖିକୁ ନିଦ ଆସିଲା ନାହିଁ |ସେ ଯେତେ ଭାବୁଥିଲେ,ତାଂକ ଆଖିରୁ ସେତେ ଲୁହଧାରା ଝରି ଯାଉଥିଲା |ରାତି ତିନିଟା ବେଳକୁ ଉଠି ସେ ତାଂକର ନିତ୍ୟକର୍ମ ଶେଷକରି ଠାକୁର ପୂଜା କଲେ |ପ୍ରକାଶଂକ ପାଇଁ ଚା ତିଆରି କରି ଫ୍ଲାସ ରେ ରଖିଲେ ,ବ୍ରେକଫାଷ୍ଟ ଓ ଲଂଚ ତିଆରି କରି ସବୁ ସଜାଡି ରଖିଦେଲେ |ପ୍ରକାଶ ଉଠିବା ପରେ ତାଂକୁ କହିଲେ,ମୁଁ ଗାଁକୁ ଯାଉଛି ,ଚାବି ଏଇଠି ଟଂଗା ହୋଇଛି |ପ୍ରକାଶ କହିଲେ, ଗାଁରେ ଶୀତ ପଡିଛି,ତମର ଶାଲ୍ ଓ ସ୍ଵେଟର ନେଇଯିବ |ତାଂକ କଥା ଶୁଣି ମେଘାଂକ ଆଖିରୁ ଦୁଇଧାର ଲୁହ ଝରିଗଲା |ସେ ତାକୁ ସନ୍ତର୍ପଣରେ ପୋଛି, ହଉ କହି ଗାଁକୁ ଚାଲିଗଲେ |ସଂଧ୍ୟାରେ ଗାଁରୁ ଖବର ଆସିଲା,ତାଂକ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ଲେଖି,ମେଘା ଆତ୍ମହତ୍ୟା କରିଛନ୍ତି |
ଏହି ଦୁର୍ଘଟଣାର ଚାରିମାସ ପରେ,ସୁଧୀରଂକ ଆଶଂକାକୁ ସତ୍ୟ ପ୍ରମାଣିତ କରି , ବିନୟଂକ ବଡଝିଅର ବାହାଘର ଖୁବ୍ ଧୁମଧାମରେ ଅନୁଷ୍ଠିତ ହେଲା |ଇତି ମଧ୍ୟରେ ଅନେକ ବର୍ଷ ବିତି ଗଲାଣି |ଆଜିବି ସୁଧୀର ତାଂକର ଅତିପ୍ରିୟ ମେଘାଅପାଂକୁ ବହୁତ ମନେ ପକାନ୍ତି ଆଉ ଭାବନ୍ତି,ଯଦି ପ୍ରକାଶଂକ ପାଖଘରଟି ବିନୟଂକ ବଦଳରେ ତାଂକୁ ମିଳି ଥାଆନ୍ତା ତାହେଲେ ହୁଏତ ତାଂକ ଅପା ଆଜି ପର୍ଯ୍ୟନ୍ତ ବଂଚି ଥାନ୍ତେ ଓ ତାଂକ ଅନାବିଳ ସ୍ନେହ ଶ୍ରଦ୍ଧାରେ ସେ ନିଜକୁ ଧନ୍ୟ ମଣୁଥାନ୍ତେ |...ମମତା ମହାନ୍ତି | |

No comments:
Post a Comment