Wednesday, November 13, 2024

ଅନୁଭୂତିରୁ ଖିଏ

                                       ଅନୁଭୂତିରୁ ଖିଏ 

                                 **************

                       2018 ମସିହାରେ ଅଷ୍ଟ୍ରେଲିଆରେ ଥିବାବେଳେ ଥରେ ମତେ viral fever ହୋଇଥିଲା |ମୁଁ ଔଷଧ ଖାଇବାକୁ ଭଲପାଏ ନାହିଁ | ତେଣୁ ପ୍ରାକୃତିକ ଉପାଯରେ ବିନା ଔଷଧରେ ଜ୍ଵର ଆପେ ଆପେ ଭଲ ହୋଇଯିବ ବୋଲି ଭାବିଥିଲି |କିନ୍ତୁ ମୋର ସବୁ ଅଟକଳକୁ ମିଥ୍ୟା ପ୍ରମାଣିତ କରି ଜ୍ଵର କମିବାର ନାଁ ଧରିଲା ନାହିଁ |ପୁଅ କହିଲା,ଇଏ ଭାରତୀୟ ଜ୍ଵର ନୁହେଁ,ଅଷ୍ଟ୍ରେଲିଆ ଜ୍ଵର ,ଭାରି ଭୟଙ୍କର ,ଟିକିଏ ଅବହେଳା କଲେ ଜୀବନ ଚାଲିଯାଇପାରେ |ପୁଅର ଚେତାବନୀ ସତ୍ୟ ଥିଲା |ମୁଁ toilet ରେ ଥିବାବେଳେ  ହଠାତ ମୋର ମୁଣ୍ଡ ଓଜନିଆ ହୋଇ  ବାମ ପଟକୁ ଢଳିଗଲା,ଆଉ ସିଧା ହେଲା ନାହିଁ |ସେହି ଅବସ୍ଥାରେ ବହୁତ କଷ୍ଟରେ କବାଟ ଖୋଲି ଆସି ବିଛଣାରେ ଶୋଇ ପଡିଲି  |ଅଷ୍ଟ୍ରେଲିଆରେ antibiotic ଖାଇବା ନିଷେଧ |କେବଳ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଔଷଧ ଖାଇବାକୁ ପଡିଥାଏ |ପୁଅ ମତେ ଗୋଟିଏ ବଟିକା ଖାଇବାକୁ ଦେଲା |ତାକୁ ଖାଇ ମୁଁ ବିଛଣାରେ ଶୋଇ ପଡୁ ପଡୁ ଦେଖିଲି,ମୋ ଚାରିପଟେ ବାମନ ଆକୃତିର ଆଠ /ଦଶଜଣ ବ୍ୟକ୍ତି ମୋ ଚାରିପାଖରେ ଘେରିଯାଇ  ଗମ୍ଭୀର ହୋଇ ମତେ  ନିରେଖି ଚାହିଁ ଛନ୍ତି |ଆଶ୍ଚର୍ଯ୍ୟର କଥା,ସେମାନେ କେବଳ ମତେ ଦେଖାଯାଉ ଥିଲେ,ଆଉ କାହାକୁ ଦେଖାଯାଉ ନଥିଲେ |ଏକ ଲୟରେ ଏହିପରି କିଛି ସମୟ ମତେ ଚାହିଁବା ପରେ ସେମାନେ ଅଦୃଶ୍ୟ ହୋଇଗଲେ |

                         ଏହା ପରେ ମୋର ଜ୍ଵର କମିବାକୁ ଲାଗିଲା ଓ ଦ୍ଵିତୀୟ ବଟିକା ଖାଇବା ପରେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲି |ସେହି ବାମନ ଆକୃତିର ବ୍ୟକ୍ତି ମାନେ କିଏ ଥିଲେ ଜାଣନ୍ତି ?ସେମାନେ ଯମଦୂତ ଥିଲେ ଓ ମତେ ନେବାପାଇଁ ଆସିଥିଲେ |କିନ୍ତୁ ମୋର ଆୟୁଷ ପୂର୍ଣ୍ଣ ହୋଇ ନଥିବାରୁ ସେମାନେ ଫେରିଗଲେ ;ହୁଏତ ମୋ ନାମଧାରୀ ଆଉ କାହାକୁ ନେବାକୁ ଆସି ଭୁଲରେ ମୋ ପାଖକୁ ଆସି ଯାଇଥିଲେ |ଆପଣ ବିଶ୍ଵାସ କରନ୍ତୁ ବା ନ କରନ୍ତୁ ,ଏହା କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ |ଏପରି ଘଟଣା ଅନେକଙ୍କ ଜୀବନରେ ଘଟିଛି |

No comments:

Post a Comment