ପୁଅ ଦୁଇଟି ଛୋଟ ଥିବାବେଳେ ରମାର ସ୍ୱାମୀଙ୍କ ଅକାଳ ବିୟୋଗ ଘଟିଥିଲା | ଗାଁରେ ସେମାନଂକର ସଂଯୁକ୍ତ ପରିବାର ଥିଲା |ଗାଁରେ ରହିଲେ, ପିଲାଂକୁ ମଣିଷ କରିପାରିବ ନାହିଁ ଭାବି, ସେ ନିଜ ଭାଗର କିଛି ଜମି ବିକ୍ରୀ କରି ସହର ପାଖାପାଖି ଏକ ଅଂଚଳକୁ ଆସି ସେଠାରେ ଏକ ବଖୁରିଆ ଏକ ପୁରୁଣା ଘର କିଣି ରହିବାକୁ ଲାଗିଲା |ସ୍ୱାମୀଙ୍କ ଠାରୁ ଶିଖିଥିବା ସୁଧ କାରବାର ତା ରୋଜଗାରର ଉତ୍ସ ଥିଲା |ରମା ସ୍ୱଭାବରେ ଖୁବ୍ ଦୃଢମନା ଓ କଡାମିଜାଜର ଥିଲା ଓ ପିଲାମାନଂକୁ ସେ କଠୋର ଶୃଂଖଳାରେ ରଖିଥିଲା |ତାର କଡାଶାସନ ଦେଖି ସେଠାରେ ଥିବା ସାଇପଡିଶା ତାକୁ ମଜାରେ 'ଷ୍ଟ୍ରିକ୍ଟ ବୋଉମା' ବୋଲି ଡାକୁଥିଲେ |ରମାର ସୁଧ କାରବାର ଭଲରେ ଚାଲୁଥିଲା ଓ ପିଲାମାନେ ମଧ୍ୟ ଭଲ ପଢୁଥିଲେ |
ବଡପୁଅ ଆଶୀଷ ଶିକ୍ଷା ଶେଷ କରିବାପରେ ବିଦେଶରେ ଚାକିରୀ କରିବାର ସୁଯୋଗ ପାଇଲା |ସାନପୁଅ ଆନନ୍ଦ ପାଖରେ ଥିବା ଏକ ଶିଳ୍ପାନୁଷ୍ଠାନରେ ଚାକିରୀ କଲା |ପିଲା ମାନଂକ ସଫଳତାରେ ରମା ଉତଫୁଲ୍ଲ ଥିଲା ଓ ତାର ଖାତିର ମଧ୍ୟ ବଢିଯାଇଥିଲା |ସେ ତାର ପୁରୁଣା ଘର ମରାମତି କରି ଅଧିକା ଦୁଇଟି ବଖରା ବାହାର କଲା ଓ ତାକୁ ସୁନ୍ଦର ଭାବେ ସଜେଇଲା |କିନ୍ତୁ ତାର ସବୁ ସୁଖ ଫିକା ପଡିଗଲା ସେତେବେଳେ ,ଯେତେବେଳେ ସେ ଜାଣିବାକୁ ପାଇଲା,ଆଶୀଷ ସୋଫିଆ ନାମ୍ନୀ ଏକ ବିଦେଶିନୀକୁ ସେଠାରେ ବିବାହ କରିଛି | କିଛିଦିନ ସେ ମନମାରି ଘରେ ବସି ରହିଲା ଓ ଅତି ଦୁଃଖରେ ତାକୁ ଜ୍ୱର ହୋଇଗଲା ମଧ୍ୟ |କିନ୍ତୁ ଅନ୍ତର ମଧ୍ୟରେ ଭାଙ୍ଗି ପଡିଥିଲେ ବି ନିଜ ଦୁଃଖକୁ ସେ ବାହାରେ ପ୍ରକାଶ କରୁ ନଥିଲା |ତଥାପି ନିନ୍ଦୁକ ମାନେ ତାକୁ ଦେଖେଇ ଶୁଣେଇ କହୁଥିଲେ,ଭାରି ଷ୍ଟ୍ରିିକ୍ଟ ଦେଖେଇ ହେଉଥିଲା,ଏବେ ଆଛା କରି ପାନେ ପାଇଛି |ବର୍ଷକ ପରେ ଆଶୀଷ ସୋଫିଆକୁ ନେଇ ଆସିଲା |ରମା ମନସ୍ଥିର କରି ବୋହୂକୁ ଘର ଭିତରକୁ ପାଛୋଟି ନେଲା |ବିଦେଶିନୀ ବୋହୂକୁ ଦେଖିବା ପାଇଁ ସେଠାରେ ସାଇ ପଡିଶାଂକ ସହ ଅଜଣା ଲୋକଂକ ମଧ୍ୟ ସମାଗମ ହେଲା |ସୋଫିଆ ଅତ୍ୟନ୍ତ ସୁନ୍ଦରୀ ଓ ନମ୍ର ସ୍ୱଭାବର ଥିଲା |କେହିଜଣେ ସୋଫିଆକୁ ଖଣ୍ଡି ଇଂରାଜୀ ରେ ପଚାରିଦେଲା,ତାକୁ ଏଇ ସ୍ଥାନ କେମିତି ଲାଗୁଛି |ଉତ୍ତରରେ ସୋଫିଆ କହିଲା, ସେ ତାର ସ୍ୱାମୀଙ୍କୁ ବହୁତ ଭଲ ପାଏ |ଯେହେତୁ ଏଇ ସ୍ଥାନ ତା ସ୍ୱାମୀଙ୍କ ଜନ୍ମଭୂମି ,ତେଣୁ ତାହା ତାକୁ ବହୁତ ଭଲ ଲାଗୁଛି |କେତେଜଣ ତାକୁ ପଚାରିବାକୁ ଚାହୁଁ ଥିଲେ,ସେ ଗୋମାଂସ ଖାଏ କି ନାହିଁ,ପୂର୍ବରୁ ତାର ଆଉ କେତେଜଣ ବୟଫ୍ରେଣ୍ଡ ଥିଲେ,ଇତ୍ୟାଦି ଇତ୍ୟାଦି |ରମା ଏପରି କିଛି ଘଟିବ ବୋଲି ଜାଣିଥିଲା |ସେ ସୋଫିଆକୁ ଭିତରକୁ ପଠାଇ ସେମାନଂକୁ ତାଗିଦ କରି କହିଲା,ସେ ମୋ ବୋହୂ ନୁହେଁ,ମୋ ପୁଅର ସ୍ତ୍ରୀ |ଆନନ୍ଦ ଯାହାକୁ ବାହା ହେବ,ସେ ହେବ ମୋ ବୋହୂ |ସେତେବେଳେ ତମ ସାଂଗେ ମୋର କଥାବାର୍ତ୍ତା |
ଆଶୀଷ ଫେରିଯିବାପରେ ରମା ଆନନ୍ଦ ପାଇଁ ମନ ମୁତାବକ ବୋହୂ ଖୋଜିବାରେ ଲାଗିପଡିଲା |ଦୁଇବର୍ଷ ପରେ ସେ ତା ଚେଷ୍ଟାରେ ସଫଳ ହେଲା |ଝିଅଟିର ନାଁ ଡଲି ,ପିତାମାତାଂକ ଏକମାତ୍ର ସନ୍ତାନ,ଭାବି ସମୁଦୀ ସରକାରୀ ଦପ୍ତରରେ ଚାକିରୀ କରୁଥିଲେ |ରମା ବହୁତ ଖୁସି ଥିଲା |ଘରକୁ ଫେରି ତାର ପ୍ରିୟ ବାନ୍ଧବୀ ମିତାକୁ ଭାବି ବୋହୂ ବିଷୟରେ ଅନେକ ବଖାଣିଲା |ଶେଷରେ କହିଲା,ଆମ ଦେଶରେ ଫରେନ ପରି ଏତେ ଗୋରୀ ଝିଅ କାହୁଁ ମିଳିବେ !ଯାହା ମିଳିଛି,ମୋ ପାଇଁ ଢେର |ଯଥା ସମୟରେ ବାହାଘର ହେଲା |ବିବାହ ଉତ୍ସବରେ ଯୋଗ ଦେବା ପାଇଁ,ବିଦେଶରୁ ଆଶୀଷ ଓ ସୋଫିଆ ଆସିଥିଲେ |ସାଂଗରେ ଛୋଟ ଝିଅ ଇଶା ଥିଲା | ଭାଉଜ ହିସାବରେ ମଂଗନ ହାଣ୍ଡି ବସେଇବା ଠାରୁ ଆରମ୍ଭ କରି ପାଣି ତୋଳା ଇତ୍ୟାଦି ସବୁ କାମ ରମା ଯେମିତି କହୁଥିଲା,ସେମିତି ସେ ଅତି ଆଗ୍ରହରେ କରୁଥିଲା |ବାହାଘର ଦିନ ନାଲି ଶାଢୀ , ସିନ୍ଦୂର ଓ ଶଂଖା ପିନ୍ଧି ସେ ଦେବୀ ପରି ଦିଶୁଥିଲା | ଯେତିକି ଦିନ ସେ ଓଡିଶାରେ ଥିଲା,ତା ପାଖରେ ସ୍ତ୍ରୀ ଲୋକଂକ ଗହଳି ଜମୁଥିଲା |ଏଥରକ ସେ ଖଣ୍ଡି ଓଡିଆରେ ଇଂଲିଶ ମିଶେଇ କହୁଥିଲା |କଥାବାର୍ତ୍ତାବେଳେ ସେ ଗୋଟିଏ କଥା ବାରମ୍ବାର କହୁଥିଲା,ଯାହା ତା ସ୍ୱାମୀଙ୍କ ପ୍ରିୟ,ତାହା ତାର ମଧ୍ୟ ପ୍ରିୟ |
ଡଲିକୁ ରମା ବହୁତ ଭଲ ପାଉଥିଲା | ଭଲ ବୋହୂ ହେବାପାଇଁ ଯାହା ଯାହା ଦରକାର, ସବୁ ସେ ତାକୁ ଶିଖାଉ ଥିଲା |ତା ଠାରୁ ଟ୍ରେନିଂ ପାଇ ଡଲି ଭୋର ଚାରିଟାରୁ ଉଠି ଘର ପାଇଟି ସହ ନିତ୍ୟକର୍ମ ଶେଷ କରି ଛଅଟା ସୁଦ୍ଧା ଠାକୁର ପୂଜା କରିବାକୁ ବସି ଯାଉଥିଲା |ପ୍ରଥମରୁ ରୋଷେଇ ଏତେ ଭଲଭାବେ କରି ପାରୁ ନଥିଲେ ବି ରମା ଠାରୁ ସେ କଳା ମଧ୍ୟ ଧୀରେ ଧୀରେ ଶିଖିଗଲା |ତାର ସୁଗୁଣ ଓ ଆତିଥ୍ୟରେ ମୁଗ୍ଧ ହୋଇ ସମସ୍ତେ ଧନ୍ୟ ଧନ୍ୟ କହୁଥିଲେ |ବର୍ଷକ ପରେ ଡଲିର ପୁଅଟିଏ ହେଲା |ତାଂକ ଘରେ ଆନନ୍ଦ ଲହରୀ ଖେଳିଗଲା |ଖୁବ୍ ଧୁମଧାମରେ ରମା ପୁଅର ଏକୋଇଶିଆ କଲା |ସେ ପୁଅକୁ ସମ୍ଭାଳୁ ଥିବାବେଳେ ଡଲି ଘର କାମ କରୁଥିଲା |ପୁଅକୁ ଚାରିମାସ ହୋଇଥିବାବେଳେ ଦିନେ ଡଲି ମାଆଂକ ଗୁରୁତର ଅସୁସ୍ଥତାର ଖବର ଆସିଲା |କାନ୍ଦି କାନ୍ଦି ଡଲି ତା ବାପଘରକୁ ଗଲା |କିନ୍ତୁ ମାଆ ତାର ଆଉ ସୁସ୍ଥ ହେଲେ ନାହିଁ ,ଅଳ୍ପଦିନ ପରେ ତାଂକ ଦେହାନ୍ତ ହୋଇଗଲା |ତାଂକର ଶୁଦ୍ଧିକ୍ରିୟାରେ ରମା ଓ ଆନନ୍ଦ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଥିଲେ |ଆଉ କିଛିଦିନ ବାପଘରେ ରହିବାକୁ ଡଲି କହିବାରୁ ମା ପୁଅ ଦୁହେଁ ଫେରି ଆସିଲେ |କିନ୍ତୁ ମାସେ ନୁହେଁ ଦୁଇମାସ ନୁହେଁ ଛଅ ମାସ ପରେ ବି ଡଲି ଆଉ ଫେରିଲା ନାହିଁ | ରମାର ଉଦ୍ବିଗ୍ନତା ବଢିଗଲା |ସେ ଆନନ୍ଦକୁ ଏ ବିଷୟରେ ପଚାରିଲା |ଆନନ୍ଦ କହିଲା,ମୁଁ ବହୁତ ଥର ଗଲିଣି ବୋଉମା ,ସେ ତା ବାପାଂକୁ ଏକୁଟିଆ ଛାଡି ଆସିବାକୁ ରାଜି ହେଉନାହିଁ |ରମା ମୁଣ୍ଡ ଚକ୍କର ଖାଇଲା |ସେ ନିଜେ ସମୁଦୀଂକ ଘରକୁ ଯାଇ ଏଇ ବିଷୟରେ ଆଲୋଚନା କରିବାପାଇଁ ସ୍ଥିର କଲା |ପରବର୍ତ୍ତୀ ରବିବାର ଦିନ ମା ପୁଅ ଦୁହେଁ ଗଲେ |ଆଲୋଚନାବେଳେ ସମୁଦୀ କହିଲେ,ମୋର ଏକୁଟିଆ ଚଳିବାରେ କିଛି ଅସୁବିଧା ନାହିଁ ,ମୁଁ ତ ପୁଣି ଅଫିସ ଯାଉଛି |କିନ୍ତୁ ଡଲି କାହିଁକି ଯିବାକୁ ରାଜି ହେଉନି, ତାକୁ ପଚାରନ୍ତୁ |ଡଲି କହିଲା, ମା ଥିଲାବେଳେ ବାପା ପାଣି ଗ୍ଲାସେ ବି ଉଠାଉ ନଥିଲେ |ମୋ ଛଡା ବାପାଂକର ଦୁନିଆଁରେ ଆଉ କେହି ନାହିଁ |ତାଂକୁ ଏକୁଟିଆ ଛାଡି ମୁଁ କଦାପି ଯାଇ ପାରିବି ନାହିଁ |ତମର ଯଦି ଚଳିବାରେ ଅସୁବିଧା ହେଉଛି,ତୁମେ ଦୁହେଁ ବରଂ ଏଠାକୁ ଚାଲି ଆସ ,ଏଇଠି ଆମେ ଏକାଠି ରହିବା | ନିରାଶ ହୋଇ ଦୁହେଁ ଫେରି ଆସିଲେ |ବାଟରେ ରମା ଆନନ୍ଦକୁ କହିଲା,ତୁ ଭଲରେ ରହିବୁ ବୋଲି ବହୁତ ଦେଖି ଚାହିଁ ଡଲିକୁ ବାଛିଥିଲି,ହେଲେ ଏମିତି ସମୟ ଆସିବ ବୋଲି ମୁଁ କେବେବି ଭାବି ନଥିଲି |ଏକଥା କହୁ କହୁ ରମା ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା |ଆନନ୍ଦ ବି ବହୁତ ଦୁଃଖିତ ଥିଲା |ସେ କହିଲା,ଯିଏ ଆମକଥା ଓ ପିଲାର ଭବିଷ୍ୟତ କଥା ଭାବୁନି, ସେଭଳି ସ୍ତ୍ରୀ ମୋର ଦରକାର ନାହିଁ ;ମୁଁ ତାକୁ ଡିଭୋର୍ସ କରିଦେବି |ତା କଥା ଶୁଣି ରମା ଜିଭ କାମୁଡି କହିଲା,ଆଉ ଦିନେ ସେମିତି କଥା କହିବୁ ନାହିଁ |ତତେ ସିନା ଆଉ ଗୋଟିଏ ସ୍ତ୍ରୀ ମିଳିବ,ହେଲେ ମୋ ନାତିକୁ ଆଉ ବାପା ମିଳିବ ନାହିଁ |ତୁ ବରଂ ଯାଇ ସେଇଠି ରହିଯା ,ମୋର କିଛି ଆପତ୍ତି ନାହିଁ |ଲୋକେ କିଏ କଣ କହିଵେ,ସେକଥା ଚିନ୍ତା କରନା,ଆମ ଦୁଃଖ ମୁଣ୍ଡେଇବାକୁ କଣ ସେମାନେ ଆସିବେ ? ରମା ସିନା ଏକଥା କହିଦେଲା ,କିନ୍ତୁ ଏହା ସମସ୍ୟାର ସମାଧାନ ନଥିଲା |ଅତ୍ୟଧିକ ଚିନ୍ତାକରି ଦିନକୁ ଦିନ ତା ଶରୀର କ୍ଷୀଣ ହେବାରେ ଲାଗିଲା |କ୍ରମେ ସେ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଗଲା | ନାନା ପ୍ରକାର ଚିକିତ୍ସା ସତ୍ତ୍ୱେ ରମା ଆରୋଗ୍ୟ ନହେବାରୁ ଆନନ୍ଦ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଲା ଓ ସେଠାରେ ତାର ଚିକିତ୍ସା ଆରମ୍ଭ କଲା |ରମା କିନ୍ତୁ ଜାଣିଥିଲା ତା ରୋଗର ଔଷଧ ନାହିଁ ଓ ଏବେ ସେ କେବଳ ମୃତ୍ୟୁପଥର ଯାତ୍ରୀ |
ଅର୍ଦ୍ଧଚେତନ ଅବସ୍ଥାରେ ଡାକ୍ତରଖାନା ବିଛଣାରେ ପଡି ରହିଥିବାବେଳେ ଦିନେ କାହାର ଏକ ସୁମଧୁର କଣ୍ଠସ୍ୱର ଶୁଭିଲା,'ବୋଉମା' |ଚମକି ପଡି ନିଜକୁ ପ୍ରକୃତିସ୍ଥ କରିବାବେଳେ ଆଉଥରେ ତାକୁ ଶୁଭିଲା,'ବୋଉମା' |ସେ ଆଖି ଖୋଲି ଚାହିଁ ଦେଖିଲା,ପାଖରେ ସୋଫିଆ ଛିଡା ହୋଇଛି |ରମା ଆଖିରୁ ଅନର୍ଗଳ ଲୁହ ଧାର ଝରିଗଲା |ସେ ଥର ଥର କଣ୍ଠରେ କହିଲା,ତୁ କାହିଁକି ଆସିଲୁ ମା,ମୁଁ ଆଉ ବଂଚିବନି |ସୋଫିଆ ରମା ପାଖରେ ବସି ତା ପାଟିରେ ହାତ ରଖି ଶୁଦ୍ଧ ଓଡିଆରେ କହିଲା,ସେମିତି କୁହନ୍ତୁ ନାହିଁ ବୋଉମା,ଆପଣ ମୋ ସ୍ୱାମୀଙ୍କ ଅତି ପ୍ରିୟ,ମୋପାଇଁ ଦୁର୍ମୂଲ୍ୟ ; ଆପଣଙ୍କୁ ଆମପାଇଁ ବଞ୍ଚିବାକୁ ପଡିବ,ବହୁତ ଦିନ ... |.....ମମତା ମହାନ୍ତି |